Never put too much trust in friends;learn how to use enemies.
ସାଙ୍ଗମାନଙ୍କ ଉପରେ କେବେ ବି ଆବଶ୍ୟକ ଠାରୁ ଅଧିକ ଭରସା କରନ୍ତୁ ନାହିଁ, ଏବଂ ଶିଖନ୍ତୁ ନିଜ ଶତ୍ରୁକୁ କିପରି ଠିକ ସମୟରେ ବ୍ୟବହାର କରି ପାରିବେ|
ଆମ ଜୀବନରେ ବନ୍ଧୁ ମାନଙ୍କର ସ୍ଥାନ ଅତ୍ୟନ୍ତ ମହତ୍ଵପୁର୍ଣ| ଜୀବନ ରେ ପ୍ରକୃତ ସାଙ୍ଗ ମିଳିବା କୌଣସି ଉପହାର ଠୁ ବି କମ ନୁହଁ . ଜୀବନରେ ରେ ତ ଅନେକ ସାଙ୍ଗ ଆସନ୍ତି କିନ୍ତୁ ଏକ ବିଶ୍ୱସ୍ତ ଏବଂ ଭରସାଯୋଗ୍ୟ ସାଙ୍ଗ ମିଳିବା କଷ୍ଟକର ହୋଇଥାଏ| ଜୀବନ ସବୁବେଳେ ସମତଳ ପଥରେ ଗତି କରିନଥାଏ, କିଛି ନ କିଛି ଉତ୍ଥାନ, ପତନ ଲାଗିରହିଥାଏ| ଯିଏ ପ୍ରକୃତ ବନ୍ଧୁ ସେ ଆମ ବିପଦ ସମୟରେ ସବୁବେଳେ ସାହାଯ୍ୟ ପାଇଁ ହାତ ବଢ଼ାଇ ଥାଏ|
ଅନ୍ୟପକ୍ଷରେ ସେହି ସାଙ୍ଗମାନଙ୍କ ଠାରୁ ଆମେ ସାବଧାନ ରହିବା ଯେଉଁମାନେ ସବୁବେଳେ ଆମ ଅସୁବିଧା ର ଫାଇଦା ଉଠେଇବାକୁ ଚେଷ୍ଟା କରନ୍ତି ଏବଂ ଆମକୁ ଧୋକା ଦେଇଥାନ୍ତି| ପ୍ରଥମତଃ ସେମାନେ ନିଜେ ବିଗିଡି ଯାନ୍ତି ଯାହା କି ପରିବେଶ ଉପରେ ଏହାର ପ୍ରଭାବ ପଡିଥାଏ ଏବଂ ନିଜ ର କୁସ୍ଚିତ ଚିନ୍ତାଧାରା ମାଧ୍ୟମରେ ଆଖ ପାଖ ବାତା ବରଣ କୁ ବି ନଷ୍ଟ କରିଦେଇଥାନ୍ତି|
କିନ୍ତୁ ଆମେ ଯଦି କିଛି ନୀତି ନିୟମ କୁ ଅନୁସରଣ କରିବା ତେବେ ଏହା ଆମକୁ ସଠିକ ଉପାୟରେ ସ୍ଥିର କରିବାରେ ସାହାଯ୍ୟ କରିବ|
- ଜଣେ ପୁରୁଣା ଶତ୍ରୁକୁ କିଛି ସୁଯୋଗ ଦେଇ ଦେଖନ୍ତୁ, ସେ ଜଣକ ବନ୍ଧୁଙ୍କ ଅପେକ୍ଷା ଅଧିକ ବିଶ୍ୱସ୍ତ ହେବାର ସମ୍ଭାବନା ଥାଏ, କାରଣ ତାକୁ ଆପଣଙ୍କ ଆଗରେ ଅଧିକ କିଛି ପ୍ରମାଣ କରିବାକୁ ପଡିବ| ବାସ୍ତବରେ ଏଭଳି ବି ସମୟ ଆସିବ ଯେବେ, ଶତ୍ରୁମାନେ ହିଁ ଆପଣଙ୍କୁ ଅଧିକ ପ୍ରାଧାନ୍ୟ ଦେବେ ସେଥିପ୍ରତି ଚେଷ୍ଟା ଜାରି ରଖନ୍ତୁ|
- ସେତେବେଳେ ତୁମେ ତୁମର ସାଙ୍ଗମାନଙ୍କୁ ନିୟୋଜିତ କରିବାକୁ ଇଚ୍ଛା କରିବା ଉଚିତ ଯେତେବେଳେ ତୁମେ ସ୍ଥିର କରିବ ଯେ ସେ ସାଙ୍ଗ ଟି ସେହି କାମ କରିବା ପାଇଁ ଉପଯୁକ୍ତ ବ୍ୟକ୍ତି|
- ଦୁନିଆ କୁ ବୁଝିବା କଷ୍ଟକର ହେଇଥାଏ, କିନ୍ତୁ ପ୍ରକୃତ ସାଙ୍ଗମାନେ ହିଁ ଆମ ଜୀବନରେ ବଂଚିବାର ଉଦେଶ୍ୟ କୁ ମନେପକେଇ ଥାନ୍ତି ଯାହା ଫଳରେ ଆମ ଜୀବନ ସରସ, ସୁନ୍ଦର ଏବଂ ମଜାଦାର ହେଇଥାଏ| ତେଣୁ ବିଶ୍ୱାସୀ ଓ ଭରସା ଯୋଗ୍ୟ ସାଙ୍ଗକୁ କେବେ ହରେଇବାକୁ ଚେଷ୍ଟା କରନ୍ତୁ ନାହିଁ| ଆମେ ବି ଆମ ସାଙ୍ଗମାନଙ୍କ ପାଇଁ ସେହିଭଳି ବିଶ୍ୱସ୍ତ ହେବା ଦରକାର, ଯେମିତି ସେମାନେ ଭାବିବେ କି ଯଦି ମୋ ସାଙ୍ଗ ମୋ ପାଖରେ ଅଛି ତାହାଲେ ଅଜଣା ଲୋକ ଉପରେ ନିର୍ଭର କରିବା କଣ ଦରକାର|
- ବେଳେ ବେଳେ ସମସ୍ୟାଟି ଏହା ହୁଏ ଯେ ଆପଣ ପ୍ରାୟତ ନିଜ ସାଙ୍ଗମାନଙ୍କୁ ଜାଣନ୍ତି ନାହିଁ, ଯେପରି ଆପଣ କଳ୍ପନା କରନ୍ତି| ଏହା ବି ହେଇପାରେ କି ଯୁକ୍ତିତର୍କକୁ ଏଡାଇବା ପାଇଁ ସାଙ୍ଗମାନେ ପ୍ରାୟତ ଜିନିଷଗୁଡ଼ିକ ଉପରେ ସହମତ ହୁଅନ୍ତି| ସେମାନେ ସେମାନଙ୍କର ଅପ୍ରୀତିକର ଗୁଣକୁ ଘୋଡାଇ ଥାନ୍ତି ଯାହାଦ୍ୱାରା ପରସ୍ପରକୁ ଅପମାନିତ କରିବା ପରିସ୍ଥିତି କୁ ଏଡାଇ ଦିଆଯାଇପାରେ | ଏହି ଗୁଣସବୁ ଭଲ ସାଙ୍ଗମାନଙ୍କ ପାଖରେ ଦେଖା ଦେଇଥାଏ|
- ଯେହେତୁ ସଚ୍ଚୋଟତା ବନ୍ଧୁତ୍ୱକୁ ମଜବୁତ କରେ, ଆପଣ ହୁଏତ ଜାଣିପାରିବେ ନାହିଁ ଯେ ଜଣେ ବନ୍ଧୁ ପ୍ରକୃତରେ କିପରି ଅନୁଭବ କରନ୍ତି, ଯେତେ ପର୍ଯ୍ୟନ୍ତ ତୁମେ ତାଙ୍କୁ ଠିକ ସେ ଜାଣିନ କିମ୍ବା କିଛି ଭଲ ସମୟ ଏକାଠି ବିତେଇନ|
ଯଦି ଆପଣ ସ୍ଥିର କରିବେ କିଛି ସମୟ ତାଙ୍କ ସହ ବିତେଇବା ପାଇଁ ସେତେବେଳେ ତାଙ୍କର ଭଲ ସ୍ୱଭାବ
ଏବଂ ଖରାପ ସ୍ୱଭାବ ବିଷୟରେ ହିଁ ଜାଣି ପାରିବେ|
- ଆଶ୍ଚର୍ଯ୍ୟର କଥା ହେଉଛି ତୁମର ଦୟା ମନୋଭାବ, କୌଣସି କାମ ରେ ସାହାଯ୍ୟ ଯାହା ତୁମ ବନ୍ଧୁ ଙ୍କ ମନ ରେ ସବୁକିଛି ସନ୍ତୁଳିତ ରଖେ ଏବଂ ବନ୍ଧୁତା କୁ ମଜଭୁତ କରେ| କିନ୍ତୁ ଆଜି କାଲି ଭଲ ସାଙ୍ଗ ମିଳିବା କଷ୍ଟକର ହେଉଛି କାହିଁକି ନା ସମସ୍ତେ ନିଜ ବନ୍ଧୁତାର ଫାଇଦା ଉଠେଇବାକୁ ଚେଷ୍ଟା କରୁଛନ୍ତି|
ତେଣୁ ପରିସ୍ଥିତି ଅନୁସାରେ ନିଜର ଭାବନା ଓ ଶକ୍ତି କୁ ବ୍ୟବହାର କରି ନିଷ୍ପତି ନେବା ଠିକ ହେବ , କିଏ ଆପଣଙ୍କ ବନ୍ଧୁ ହେବାପାଇଁ ଯୋଗ୍ୟ|
ଶତ୍ରୁ ସବୁ ବେଳେ ତୁମର ମନୋବଳ ଏବଂ ଆତ୍ମବିଶ୍ୱାସ କୁ ଦୁର୍ବଳ କରିବାରେ ଲାଗିପଡିଥାନ୍ତି, ତେଣୁ ତୁମେ ଏଭଳି ପରିସ୍ଥିତି ରେ ନିଜର ଭାବନା କୁ ସବୁବେଳେ ସ୍ଥିର ରଖିବା ସହିତ ସେମାନଙ୍କ ସହ ଉତ୍ତମ ବ୍ୟବହାର କରି ତାଙ୍କ ମନୋଭାବକୁ ଉତ୍ସାହିତ କରିପାରିବ| ଯାହାଫଳରେ କି ସେମାନଙ୍କ ମନରେ ଆପଣଙ୍କପ୍ରତି ଥିବା କଠୋର ଭାବନା ତରଳି ଯାଇପାରେ| ସେହି ସମୟ ହିଁ ପ୍ରକୃତ ସମୟ ସେମାନଙ୍କ ର ଶକ୍ତି ବିଷୟରେ ଜାଣିବାର, ସେମାନଙ୍କ ଠାରୁ କିଛି ହାସଲ କରିବାର|
ଅନ୍ୟପକ୍ଷରେ ତୁମର ଶତ୍ରୁମାନେ ଏକ ଅନାବୃତ ସୁନା ଖଣି ଯାହାକୁ ତୁମେ ସଠିକ ଉପାୟରେ ଉପଯୋଗ କରିବାକୁ ଶିଖିବା ଆବଶ୍ୟକ |
ଆପଣ କୌଣସି ଶତ୍ରୁ କୁ ନିଜ ଇଛା ଅନୁସାରେ ଦୁରେଇ ଦେଇପାରିବେ,ଏବଂ ତାକୁ ଚତୁରତା ସହ ନିଜ କାମ ରେ ନିୟୋଜିତ କରିପାରି ଠିକ ସମୟରେ କାମ ହାସଲ କରିପାରିବେ