slider-1
slider9
slider10
slider8
slider11
previous arrow
next arrow
Shadow

Never outshine the master

Never outshine the master.

ନିଜ ଗୁରୁଙ୍କୁ ଅସମ୍ମାନ କରି କେବେ ବି ଆଗକୁ ବଢନାହିଁ|

ତୁମେ କୋୖଣସି କ୍ଷେତ୍ର ରେ କେତେ ବି ଦକ୍ଷତା ଲାଭ କରିଥାଅ, କିନ୍ତୁ ନିଜ ଗୁରୁଙ୍କୁ  କେବେ ବି ହେୟ ମନେ କର ନାହିଁ| ନିଜ ଭିତରେ ଥିବା ଦକ୍ଷତା ଏବଂ ଶକ୍ତି ର ଅହଂକାର କୁ ପ୍ରଦର୍ଶନ କରି କାହାକୁ ବି ଭୟଭୀତ କରିବା ଠିକ ନୁହେଁ |

ନିଜର ଗୁରୁ ଅଥବା ଗୁରୁଜନ ଙ୍କୁ ସଦା ସର୍ବଦା ଆଦରର ସହ ଶ୍ରେଷ୍ଠ ଅନୁଭବ କରIନ୍ତୁ| ସେମାଙ୍କୁ ଖୁସି କରି ପ୍ରଭାବିତ କରିବା ପାଇଁ ଆପଣ ନିଜ ର ପ୍ରତିଭା ପ୍ରଦର୍ଶନ କରନ୍ତୁ ନାହିଁ, ଯେଉଁଥିରେ କି ଆପଣଙ୍କୁ ବିପରୀତ ପରିଣାମ ଭୋଗିବାକୁ ପଡିବ|  ଏହା ନିଜର ଗୁରୁଙ୍କ ମନରେ ଆପଣଙ୍କ ପାଇଁ ଭୟ ଏବଂ  ସଂକୋଚଭାବ କୁ  ପ୍ରେରିତ କରିପାରେ|

ସମସ୍ତଙ୍କ ଜୀବନରେ କେବେ ନା କେବେ ଆତ୍ମବିଶ୍ୱାସ ର ଅଭାବ ଭାବନା ପରିଲିକ୍ଷିତ ହୋଇଥାଏ| ମୁଁ ,ତୁମେ ,ଏବଂ ଆପଣମାନେ ସମସ୍ତେ ଏହାକୁ ଅନୁଭବ କରିଥାନ୍ତି| ଯେବେ ବି ଆପଣ ନିଜକୁ ଦୁନିଆରେ ପ୍ରମାଣ କରିଥାନ୍ତି କିମ୍ବା ନିଜର ପ୍ରତିଭା, ଦକ୍ଷତା କୁ ପ୍ରଦର୍ଶିତ କରିବାକୁ ଚେଷ୍ଟା କରିଥାନ୍ତି, ସେ ସମୟ ରେ ଆପଣଙ୍କ ଭିତରେ ରାଗ ,ଇର୍ଷା ,ଏବଂ ଅଭିମାନ ର ଅବସ୍ଥା ଜନ୍ମ ନେଇଥାଏ| ଏହାର କାରଣ ହେଉଛି ଆମେ ଆଶା କରିଥିବା ଅନୁସାରେ କାର୍ଯ୍ୟଟି ଘଟି ନଥାଏ| ଆପଣ ଆପଣଙ୍କ ଜୀବନ ଅନ୍ୟ ମାନଙ୍କର ଭାବନା ଅନୁସାରେ ତା ଆଗକୁ ବଢେଇବେନି ନା , ପରନ୍ତୁ ଆପଣ ଆପଣଙ୍କ ଠାରୁ ବଡ ଗୁରୁଜନ ,ଗୁରୁ ,ଏବଂ ଶୁଭ ଚିନ୍ତକ; ଏମାନଙ୍କଠାରୁ ଉପଦେଶ ନେଇ ଆଗକୁ ବଢିବା ହିଁ ଆପଣଙ୍କ ପାଇଁ ବୁଦ୍ଧିମାନ ର କାମ ହେବ|

ଗୋଟିଏ ଅଲଗା ଦୃଷ୍ଟିକୋଣ ରୁ ଭାବି ସେମାନଙ୍କ କଥାକୁ ହୃଦୟଙ୍ଗମ କରିବାକୁ ପଡିବ| ଏହା ହିଁ ଆପଣଙ୍କୁ ସଠିକ ରାସ୍ତା ଦେଖେଇବାରେ ସାହାଯ୍ୟ କରିବ| ଆମେ ଯଦି ଆମର ଗର୍ବ, ସ୍ୱାଭିମାନ କୁ ଧରି ବସିବା, ଅନ୍ୟମାନଙ୍କର ମତାମତ କୁ ଅସମ୍ମାନ କରିବା ତେବେ ଆମକୁ ସଠିକ ଗୁରୁ କିମ୍ବା  ପଥପ୍ରଦର୍ଶକ ମିଳିପାରିବେ ନାହିଁ| ଆମ ଭିତରେ ଯେତେ ବି ଦକ୍ଷତା ଥାଉ ନା କାହିଁକି ଆମେ ସଦା ସର୍ବଦା ଆମ ଗୁରୁଜନଙ୍କ କଥା ମାନିବା  ହିଁ ଆମ ଭବିଷ୍ୟତ ପାଇଁ ମଙ୍ଗଳ ହେବ|

କିଛି ଲୋକ ଯେଉଁମାନେ ଜୀବନରେ ସଫଲତା ଲାଭ କରି କୋୖଣସି ଉଚ୍ଚସ୍ଥାନ ପ୍ରାପ୍ତ କରିଥାନ୍ତି ସେମାନେ ରାଜା ଓ ରାଣୀ ସମାନ ନିଜକୁ ତୁଳନା କରିଥାନ୍ତି| ଏହା ସେମାନଙ୍କ ଭାବନା ଥାଏ ଯେ, ସେମାନେ ନିଜ ସ୍ଥାନ ରେ ସୁରକ୍ଷିତ ଅନୁଭବ କରିଥାନ୍ତି ଏବଂ ନିଜକୁ ବୁଦ୍ଧିମାନ ଭାବିଥାନ୍ତି| ନିଜର ବୁଦ୍ଧି ଏବଂ ଦକ୍ଷତା ରେ ନିଜର ଚତୁପାର୍ଶ୍ଵ ଲୋକମାନଙ୍କ ଠାରୁ ନିଜକୁ ଶ୍ରେଷ୍ଠ ବିବେଚିତ କରିବା ପାଇଁ ପ୍ରୟାସ କରିଥାନ୍ତି| ଯାହା କି ଆଦୌ ଠିକ ନୁହେ|

ଏହା ବିଶ୍ୱାସ କରିବା ଆପଣଙ୍କ ଭୁଲ ଧାରଣା କି ଆପଣ ନିଜ ଦକ୍ଷତା ଏବଂ ପ୍ରତିଭା କୁ ପ୍ରଦର୍ଶନ କରି ତାଙ୍କର ପ୍ରଶଂସା କରି ତାଙ୍କ ମନରେ ଆପଣଙ୍କ ପାଇଁ ସ୍ନେହ ଏବଂ ଭଲ ପାଇବା ସୃଷ୍ଟି କରିପାରିବେ|

ପରିଣାମସ୍ୱରୂପ ଏହା ହେଇପାରେ କି ସେହି ଗୁରୁ ଆପଣଙ୍କୁ ପ୍ରଶଂସା କୁ ଗ୍ରହଣ କରିଥାନ୍ତି କିନ୍ତୁ କୌଣସି କ୍ଷେତ୍ରରେ ଆପଣଙ୍କ ଠାରୁ କମ ବୁଦ୍ଧିମାନ, କମ ଆକର୍ଷଣୀୟ ଏବଂ କମ ଭୟ ଭୀତ କରାଇପାରୁଥିବା ବ୍ୟକ୍ତି/ଶିଷ୍ୟ କୁ ନିଜର ଧ୍ୟାନ ଦେଇଥାନ୍ତି| ଏଭଳି ପରିସ୍ଥିତି ରେ ଆପଣ ଦୁଇଟି ଜିନିଷ ଉପରେ ନଜର  ଦେବା ନିହାତି ଜରୁରୀ|

  • ପ୍ରଥମତଃ ଏହା ଆତ୍ମବିଶ୍ୱାସ ରହିବା ଜରୁରୀ କି ଆପଣ ନିଜ ଗୁରୁ ଙ୍କୁ ସମ୍ପୂର୍ଣ ଭାବେ ଜାଣିବା ଦରକାର ଏବଂ ତାପରେ ନିଜ ମତାମତ ଜଣାଇବା ଦରକାର| ଯାହା ଫଳରେ ଆପଣ ସ୍ୱାଭାବିକ ଭାବରେ ନିଜର ଅନୁଗ୍ରହ ମାଧ୍ୟମରେ ମତ ଦେଇପାରିବେ, ଏବଂ ତାଙ୍କ ନଜରରେ ଆପଣ ଆକର୍ଷଣୀୟ ହୋଇପାରିବେ|

  • ଦ୍ୱିତୀୟତଃ ଏହା ଆପଣଙ୍କ ର ଭାବନା ର ପରିସର କୁ ଆଣନ୍ତୁ ନାହିଁ କି, ଗୁରୁ ଆପଣଙ୍କୁ ପ୍ରିୟ ଭାବୁଛନ୍ତି ଏବଂ ବିଶ୍ୱାସ କରୁଛନ୍ତି ସେଥିପାଇଁ ଆପଣ ଯାହା ବି କିଛି କରିପାରିବେ|

  • ଉଦାହରଣ:

ଆକାଶ ରେ ଅଗଣିତ ତାରାପୁଞ୍ଜ ଥାନ୍ତି ଏବଂ ସୂର୍ଯ୍ୟ ଏକା ସମୟ ରେ ରହିଥାନ୍ତି| ତାରାମାନେ ସୂର୍ଯ୍ୟ ଙ୍କ ତୁଳନା ରେ ଢେର ବଡ/ଅଧିକ  ହୋଇଥିଲେ ହେଁ କେବେ ବି ସୂର୍ଯ୍ୟ ଙ୍କର ପ୍ରକାଶ କୁ ଅସ୍ପଷ୍ଟ  କରନ୍ତି ନାହିଁ, ତାଙ୍କର କିରଣ ର ଚମକ କୁ ମୁକାବିଲା କରନ୍ତି ନାହିଁ|ସର୍ବଶେଷରେ ଆମେ ଏହା କହିପାରିବା କି, ଯଦି ଆପଣଙ୍କ ଵିଚାର ଆପଣଙ୍କ ଗୁରୁଙ୍କ ଠାରୁ ଉନ୍ନତ ଏବଂ ଆକର୍ଷଣୀୟ ତାହେଲେ ତାକୁ ଯଥା ସମ୍ଭବ ସଠିକ ଉପାୟ ରେ ସଠିକ ସ୍ଥାନରେ ପରିପ୍ରକାଶ କରିବାହିଁ ବୁଦ୍ଧିମାନ ର କାମ ହୋଇଥାଏ

Leave a Reply

Your email address will not be published. Required fields are marked *

Related Post

Never put too much trust in friends;learn how to use enemiesNever put too much trust in friends;learn how to use enemies

Never put too much trust in friends;learn how to use enemies ସାଙ୍ଗମାନଙ୍କ ଉପରେ କେବେ ବି ଆବଶ୍ୟକ ଠାରୁ ଅଧିକ ଭରସା କରନ୍ତୁ ନାହିଁ, ଏବଂ ଶିଖନ୍ତୁ ନିଜ ଶତ୍ରୁକୁ କିପରି ଠିକ ସମୟରେ ବ୍ୟବହାର କରି

So much depends on reputationSo much depends on reputation

So much depends on reputation ପ୍ରତିଷ୍ଠା ଉପରେ ଅନେକ କିଛି ନିର୍ଭର କରେ: ଏହାକୁ ନିଜ ଜୀବନ ରେ utilize କରନ୍ତୁ | ପ୍ରତିଷ୍ଠା ହେଉଛି ଶକ୍ତିର ମୂଳଦୁଆ | କେବଳ ଖ୍ୟାତି ମାଧ୍ୟମରେ ଆପଣ କାହାକୁ  ବି ଜିତିପାରିବେ

Always say less than necessaryAlways say less than necessary

Always say less than necessary ସବୁବେଳେ  ଆବଶ୍ୟକତା  ଠାରୁ  କମ  କୁହନ୍ତୁ| ଯେତେବେଳେ ତୁମେ ନିଜ କଥା ସହିତ ଲୋକଙ୍କୁ impress କରିବାକୁ ଚେଷ୍ଟା କରିବ ତୁମେ ସେତେ ଅଧିକ କହିବ ଏବଂ ତୁମେ ଅଧିକ noticeable ହେଇପାରିବ,ଲୋକଙ୍କ ଆଗରେ